Report Card Odisha

| Daily Odia News

ବେଲୁନ ଲୁକ୍‌ରେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ସବୁ ବେଳେ କିଛି ନା କିଛି କାମ ଏବଂ ପୋଷାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ଏବେ ପ୍ରିୟଙ୍କା ପୁଣିଥରେ ତାଙ୍କ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି । ଏଥିରେ ପ୍ରିୟଙ୍କା ଏକ ଅଦ୍ଭୁତ ପୂର୍ବ ଡ୍ରେସ ଅପ୍‌ରେ ଦେଖା ଦେଇଛନ୍ତି । ଯେଉଁଥିରେ ସେ ପୁରା ବେଲୁନ ଭଳିଆ ଲାଗୁଛନ୍ତି । ଏକ ସବୁଜ ରଙ୍ଗର ପୋଷାକ ସହିତ ସେ କେଶ ବାନ୍ଧିବା ସହ ଗୋଡ଼ରେ କଳା ଷ୍ଟକିଙ୍ଗ ପିନ୍ଧିଛନ୍ତି । ପ୍ରିୟଙ୍କାଙ୍କ ଏହି କ୍ୱିକ୍ ଅର୍ବ ଡ୍ରେସକୁ ଲୋକମାନେ ‘ବାଣ’ ଓ ‘ଗରମ ବାୟୂ ଭର୍ତି ବେଲୁନ’ ଓ ମାଛ ସହିତ ତୁଳନା କରିଛନ୍ତି । ଏହାକୁ ନେଇ ପ୍ରିୟଙ୍କା ବି ଚୁପ୍ ରହିନଥିଲେ । ସେ ନିଜ ଇନଷ୍ଟାଗ୍ରାମ କାହାଣୀରେ ଏହି କୌତୁହଳପୂର୍ଣ୍ଣ ଫଟୋକୁ ସେୟାର କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟୁଇଟରରେ ଅଭିନେତ୍ରୀ ମାନଙ୍କର ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ଫଟୋକୁ ସେୟାର କରାଯାଉଛି । ଅଭିନେତ୍ରୀମାନେ ବି ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ନିଜ ଫଟୋ ସେୟାର କରିଥାନ୍ତି । ପ୍ରିୟଙ୍କାଙ୍କ ଏକ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Breaking News