Report Card Odisha

| Daily Odia News

ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଉତ୍ସବ ପାଳନ ନିମନ୍ତେ ଏକତ୍ର ହେବା ଓ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଗୌରବର ମୁହୂର୍ତ୍ତ:ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଉତ୍ସବ ପାଳନ ନିମନ୍ତେ ଏକତ୍ର ହେବା ଓ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏପରି ଉଦ୍ୟମ ଆରମ୍ଭ କରିଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୟର ଗତି ସହିତ ଆମ ସ୍ୱାଧୀନତା ସଂଗ୍ରାମର ଉଲ୍ଲେଖନୀୟ ଘଟଣାଗୁଡ଼ିକର ଉପସ୍ଥାପନ ଏବଂ ଏଥି ସହିତ ସଂପୃକ୍ତ ସ୍ଥାନଗୁଡ଼ିକୁ ବିକଶିତ କରି ଯୁବପିଢ଼ିଙ୍କୁ ଆମ ପୂର୍ବସୂରୀମାନଙ୍କ ବଳିଦାନ ସଂପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି। ଆମକୁ ଅଳ୍ପ ଜଣାଶୁଣା ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ସହ ସର୍ବଭାରତୀୟ ସ୍ତରୀୟ ଆନ୍ଦୋଳନର ଦୃଶ୍ୟକୁ ପ୍ରମୁଖତା ଦେବାର ଆବଶ୍ୟକତା ରହିଛି। ଭାରତର ସୀମା ବାହାରେ ସଂଘଟିତ ବିଭିନ୍ନ ଘଟଣାକୁ ମଧ୍ୟ ସ୍ଥାନିତ କରାଯିବା ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି କହିଛନ୍ତି ଯେ ଭାରତର ସମ୍ବିଧାନରେ ଲିପିବଦ୍ଧ ସ୍ୱାଧୀନତା ସଂଗ୍ରାମର ମର୍ମବାଣୀ ଓ ମୂଲ୍ୟବୋଧକୁ କାୟମନୋବାକ୍ୟରେ ଆଗେଇ ନେଇପାରିଲେ ତାହା ହିଁ ଆମ ଜାତିର ଜନକଙ୍କ ପ୍ରତି ମହାନ ଶ୍ରଦ୍ଧାଞ୍ଜଳି ହୋଇପାରି। ଆଜିର ପରିସ୍ଥିତିରେ ସ୍ୱାଧୀନତା ସଂଗ୍ରାମ ଦ୍ୱାରା ସଂଜ୍ଞାୟିତ ମୁକ୍ତି, ନ୍ୟାୟ ଓ ସାମ୍ୟର ଆଦର୍ଶଗୁଡ଼ିକର ପୁନରାବୃତ୍ତିର ଆବଶ୍ୟକତା ରହିଛି। ପୃଥିବୀର ଯେକୌଣସି ସ୍ଥାନରେ ରହିଥିବା ପ୍ରତ୍ୟେକ ଭାରତୀୟକୁ ସ୍ୱାଧୀନତା ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ନିମନ୍ତେ ସବୁପ୍ରକାର ଉଦ୍ୟାମ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Breaking News