ରିପୋର୍ଟ କାର୍ଡ / ଦେବଗଡ଼
ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ରାଜ୍ୟରେ ଓଟିଇଟି ର ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଆଜିର ଓଟିଇଟି ପ୍ରଥମ ସିଟିଂର ଡି.ସେଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ କରାଯାଇଛି। ଓଟିଇଟି ପରୀକ୍ଷା ସିଟିଂ ଶେଷ ପୂର୍ବରୁ ମୋବାଇଲ୍କୁ ଆସି ଯାଇଥିଲା ପ୍ରଶ୍ନ। ଦେବଗଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସୂଚନା ମିଳିଛି। ପ୍ରଶ୍ନପତ୍ରର ଫଟୋ ଉଠାଇବା ଅଭିଯୋଗରେ ଜଣେ ପରୀକ୍ଷାର୍ଥୀଙ୍କୁ ଅଟକ ରଖାଯାଇଛି ଏବଂ ଫଟୋ ଉଠାଇଥିବା ମୋବାଇଲ୍ ଜବତ କରାଯାଇଛି। ତେବେ ପରୀକ୍ଷାର୍ଥୀଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍ରୁ ପ୍ରଶ୍ନପତ୍ର ଭାଇରାଲଲ୍ ହୋଇଛି ନା ଅନ୍ୟ କୌଣସି ମୋବାଇଲ୍ରୁ ଏହା ଭାଇରାଲ୍ ହୋଇଛି ତାହା ଜଣାପଡ଼ି ନାହିଁ। ଘଟଣାର ଅନୁଧ୍ୟାନ ପରେ ଏହା ଜଣାପଡ଼ିବ। ଏହି ଘଟଣାକୁ ନେଇ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଏକ ମୋବାଇଲ ଜବତ ହୋଇଛି ଓ ଏହାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି।
More Stories
ପୋଲିସ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ…..
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..
୨୪ ମାଓବାଦୀଙ୍କ ଆତ୍ମସମର୍ପଣ…..