Report Card Odisha

| Daily Odia News

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ କାଳରେ ଭାରତରେ ବଢିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ଦେଶର ପୁନର୍ନିମାଣ ସେତେବେଳେ ସମ୍ଭବ ହେବେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ତ୍ରୁଟି’ ସ୍ୱୀକାର କରିବେ ଓ ବିଶେଷଜ୍ଞଙ୍କ ସହାୟତା ନେବେ। ଅନ୍ୟଥା ଦେଶର ଅବସ୍ଥା ଆହୁରି ଖରାପରୁ ଖରାପ ହେବା ନିଶ୍ଟଚିତ ବୋଲିରାହୁଲ ଗୁରୁବାର କହିଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏହା ଭାରତ ସରକାରଙ୍କ ମହାମାରୀର କୁ ପ୍ରବନ୍ଧନର ପରିଣାମ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଆମକୁ ଭବିଷ୍ୟତ ଉପରେ ନଜର ରଖିବାକୁ ହେବ। ହେଲେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନିଜର ତ୍ରୁଟି ନିଜେ ସ୍ୱୀକାର କରିବେ ଓ ପରିସ୍ଥିତିର ସୁଧାର ଲାଗି ବିଶେଷଜ୍ଞଙ୍କ ପରାମର୍ଶ ନେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନିଜର ନକରାତ୍ମକ ଭାବନାରେ ବସିଭୂତ ରହିବେ କୌଣସି ଗୋଟିଏ ବି ସମସ୍ୟାର ସମାଧାନ ସମ୍ଭବ ହେବନି ବୋଲି ରାହୁଲ ସତର୍କ ମଧ୍ୟ କରିଛନ୍ତି। ଟ୍ୱିଟ୍‌ରେ ରାହୁଲ ଏକ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କରୋନା ଯୋଗୁ ସାରା ବିଶ୍ୱରେ ଗରିବୀ ବଢିଥିବା ଉଲ୍ଲେଖ ରହିଛି। ହେଲେ ଏଥିରେ ଭାରତର ଯୋଗଦାନକୁ ଉଲ୍ଲେଖନୀୟ କୁହାଯାଇଛି।

Breaking News