ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ଦ୍ଵିତୀୟ ପାଇଁ ରାଜ୍ୟରେ ଲକ ଡାଉନ କଟକଣା ଜାରିରହିଛି | ଏହା ରିଭିତରେ ଜନସାଧରଣ କରୋନା କଟକଣାକୁ ଫୁ କରୁଛନ୍ତି | ସପ୍ତାହାନ୍ତ ସଡ ଡାଉନ ପରେ ସୋମବାର କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀ ଭୁବନେଶ୍ୱରେ ୪୨ଟି ଦୋକାନକୁ ସିଲ୍ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧିକାରୀ ଏବଂ ପୋଲିସର ଏକ ମିଳିତ ଟିମ୍ ରାଜଧାନୀରେ ୪୨ ଟି ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି। ଏଥିପାଇଁ ଦୋକାନ ମାଲିକଙ୍କ ଉପରେ ଜୋରିମାନା ମଧ୍ୟ ଲାଗୁ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ସୂଚନାନୁସାରେ, ୬ଟି ଜୋନ୍ରେ ଥିବା ଚା ଷ୍ଟଲ୍, ମୋବାଇଲ୍ ଫୋନ୍ ଷ୍ଟୋର୍ ଏବଂ ମଦ ଦୋକାନ ଏଥିରେ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ କଟକ-ପୁରୀ ରୋଡ୍ରେ ଥିବା ୧୮ ଟି ଦୋକାନ ଏବଂ ବାପୁଜୀ ନାଗରରେ ଥିବା ଅନେକ ମୋବାଇଲ୍ ଷ୍ଟୋର୍କୁ ସିଲ୍ କରାଯାଇଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..