ରିପୋର୍ଟ କାର୍ଡ / ଧରକୋଟ
ଧରକୋଟ ବ୍ଲକ ରେ ପୁଣି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଓଳମ୍ବା ଗ୍ରାମରେ ବିଳମ୍ବିତ ରାତିରେ କିଛି ଦୁବୃତ୍ତ ଗ୍ରାମରେ ଥିବା ଗୋଟିଏ ଚାରିଚକିଆ ଗାଡି ପୋଡା ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି | ବଡ଼ଗଡ଼ ପୋଲିସ ପହଂଚି ତଦନ୍ତ ଚଳାଇଛି l ସୂଚନା ପ୍ରକାରେ କିଛିଦିନ ହେବ ପ୍ରଚାର ପାଇଁ ଦୁଇ ଦଳ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏନେଇ ବଡ଼ଗଡ଼ ଥାନା ପକ୍ଷରୁ ଉଭୟ ଗୋଷ୍ଠିଙ୍କ ସମ୍ମତିରେ ଏକ ବିଧିବଦ୍ଧ ରୁଟ ଚାର୍ଟ ପ୍ରସ୍ତୁତ କରି ଦିଆ ଯାଇଥିଲା। ତଥାପି ଓଳମ୍ବା ଗାଁ ରେ ଗତ ରାତିର ଗାଡି ପୋଡା ଘଟଣା ରାଜ ନୈତିକ ପାଣି ପାଗକୁ ଅଧିକ ତିକ୍ତ କରିଦେଇଛି। ଘଟଣାକୁ ନେଇ ଅଲଇଣ୍ଡିଆ କିଶନ ମଯଦୁର ସଙ୍ଘର ଧରାକୋଟ ବ୍ଲକ ସଭାପତି ଦୟାନିଧି ସେଠି ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଏହି ଧରକୋଟ ବ୍ଲକରେ ନାମାଙ୍କନ ଦାଖଲ ର ପ୍ରଥମ ଦିନରୁ ହିଁ ମୁଣ୍ଡମରାଇ ଠାରେ ଗୋଷ୍ଟି ସଂଘର୍ଷ ହୋଇଥିଲା। ଏବେ ନିର୍ବାଚନ ପାଖକୁ ଆସୁଥିବା ବେଳେ କାର ପୋଡି ଘଟଣା ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି କରିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..