ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଅବୋହରରେ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । କହିଛନ୍ତି, ଏହା ସାଧାରଣ ନିର୍ବାଚନ ନୁହେଁ ବରଂ ଏହି ନିର୍ବାଚନ ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ଗଠନ ପାଇଁ । ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ବିହାର ଏବଂ ୟୁପି ବୟାନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର ଚିନ୍ତାଧାରା ବିଭାଜନକାରୀ ଏବଂ ବିଚ୍ଛିନ୍ନତାବାଦୀ । କଂଗ୍ରେସ ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରେ । ସେହିପରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ କବି କୁମାର ବିଶ୍ୱାସଙ୍କ ଅଭିଯୋଗର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ପୁରୁଣା ସହଯୋଗୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର । ମୋଦୀ କହିଛନ୍ତି, ଏହି ସମସ୍ତ ରାଜନୈତିକ ଦଳର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହ ସମାନ। ମତଦାନ ସମୟରେ ଲୋକେ ଏହି ସବୁ କଥା ମନେ ରଖିବା ଜରୁରୀ ବୋଲି ସେ କହିଛନ୍ତି।






More Stories
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..