Report Card Odisha

| Daily Odia News

ରଜରେ ବୁଲିବ ପିଠଗାଡ଼ି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ସଜବାଜ। ରାତି ପାହିଲେ ପହିଲି ରଜ। ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ। ତେବେ ଭୁବନେଶ୍ୱର ପାନ୍ଥନିବାସରେ ଆଡମ୍ବର ନୁହେଁ, ନିରାଡ଼ମ୍ବରରେ ପାଳନ ହେବ ଓଡ଼ିଶା ଗଣପର୍ବ ରଜ। ଗତବର୍ଷ ଭଳି ଚଳିତବର୍ଷ ପ୍ରତିକାତ୍ମକ ଭାବେ ରଜଦୋଳି କରାଯାଇଛି। ପାନ୍ଥନିବାସ ପରିସରକୁ ରଜବତୀ ଭାବରେ ସଜାଯାଇଛି। କିନ୍ତୁ ସେଠାକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ରଜପିଠା ପାଇଁ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ଭୁବନେଶ୍ୱରରେ ଘରେ ଘରେ ପିଠା ପହଞ୍ଚାଇବା ପାଇଁ ‘ପିଠା ଅନ୍‌ ହ୍ୱିଲ୍‌‘ ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ି ସାରା ସହର ବୁଲିବ। ୧୪ରୁ ୧୬ ତାରିଖ ଯାଏ ଏହି ଗାଡ଼ିରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ, ଖଣ୍ଡଗିରି, ସିଆର୍‌ପି, ପଟିଆ, ଚନ୍ଦ୍ରଶେଖରପୁର ଓ ରୁପାଲି ଛକ ନିକଟରେ ରଜ ପିଠା ମିଳିବ। ମହାମାରୀ କରୋନା କଟକଣା ମଧ୍ୟରେ ରଜ ମଉଜ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଜିଥିବା ନେଇ ଓଟିଡିସି ପକ୍ଷରୁ କୁହାଯାଇଛି।

Breaking News