ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୫୨ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୦,୫୯୬ରେ ପହଞ୍ଚି | ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଏବଂ କଟକରୁ ୪୮୫ ଜଣ ରହିଥିବା ଜଣାଯାଇଛି। ଏଥିସହିତ ଅନୁଗୁଳ ଜିଲାରୁ ୧୧୨, ବାଲେଶ୍ୱର ୨୭୮, ବରଗଡ ୪୫, ଭଦ୍ରକ ୧୭୦, ବଲାଙ୍ଗୀର ୧୬, ବଉଦ ୪୧, ଦେବଗଡ ୪, ଢେଙ୍କାନାଳ ୧୧୦, ଗଜପତି ୮, ଗଞ୍ଜାମ ୧୪, ଜଗତସିଂହପୁର ୧୩୮, ଯାଜପୁର ୩୩୨, ଝାରସୁଗୁଡା ୮ ଏବଂ କଳାହାଣ୍ଡି ଜିଲାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କନ୍ଧମାଳ ଜିଲାରୁ ୨୬, କେନ୍ଦାପଡା ୧୦୬, କେନ୍ଦୁଝର ୬୮, କୋରାପୁଟର ୧୦୪, ମାଲକାନଗିରି ୬୭, ମୟୁରଭଞ୍ଜ ୧୪୫, ନବରଙ୍ଗପୁର ୬୯, ନୟାଗଡ ୧୨୨, ନୂଆପଡା ୧୦, ପୁରୀ ୧୮୭, ରାୟଗଡା ୧୦୬, ସମ୍ବଲପୁର ୩୫, ସୋନପୁର ୨୨, ସୁନ୍ଦରଗଡ ୧୦୬ ଏବଂ ଷ୍ଟେଟପୁଲରୁ ୮୯ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୫୩୦୧୨ ଜଣ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୩୩୭୭୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..