ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ । ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରୁଛି । ରାଜ୍ୟ ସରକାରଙ୍କୁ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚିଠି ଲେଖିଛୁ ବୋଲି ସେ କହିଛନ୍ତି । ହେଲେ ସରକାରୀ ସ୍ତରରେ ସେ କାମ ସରିନାହିଁ । ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଥିଲା । ତାପୂର୍ବରୁ ଜାନୁଆରିମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା । ଏହା ସତ୍ତ୍ବେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।






More Stories
ଅଗ୍ନିଶମ ବିଭାଗରେ ନିଯୁକ୍ତି ହେବେ ମହିଳା…..
ପ୍ରବେଶ ଉତ୍ସବ-ଖଡ଼ିଛୁଆଁ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ…..
ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ…..