ରିପୋର୍ଟ କାର୍ଡ / ମୟୁରଭଞ୍ଜ
ପୁଣି ଓଡ଼ିଶାରେ ଲଜ୍ଜା | ୧୪ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରୁଆଁ ଥାନା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ- ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାଙ୍କୁ ପାଟିରେ କପଡା ଦେଇ ୨ ଜଣ ଯୁବକ ଉଠାଇ ନେଇଥିଲେ । ଘର ଠାରୁ କିଛି ଦୂରରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣ ପରେ ପୀଡିତା ତାଙ୍କ ମାଆକୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ବର୍ଗ ଏବାବଦରେ ଶୁକ୍ରବାର ରରୁଆଁ ଥାନାରେ ଅଭିଯୋଗ ହେଇଥିଲା । ସଙ୍ଗେ ସଙ୍ଗେ ରରୁଆଁ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତ ରବି ଚାତାର ଓ ଅତୁଲ ମହାକୁଡ଼କୁ ଗିରଫ କରିଛି । ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରରୁଆଁ ପୋଲିସ ସୂଚନା ଦେଇଛି ।






More Stories
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..