ରିପୋର୍ଟ କାର୍ଡ / ପୁରୀ
ଜନ୍ମବେଦିରେ ସରିଆସୁଛି ଶ୍ରୀଜୀଉଙ୍କର ଲୀଳାଖେଳା। ଆଉ ଦିନକ ପରେ ବାହୁଡା ଯାତ୍ରା। ରତ୍ନବେଦିକୁ ଫେରିବେ ମହାପ୍ରଭୁ। ବାହୁଡା ପୂର୍ବରୁ ରଥ ଦକ୍ଷିଣ ମୋଡ ହୋଇଛି। ଆଜ୍ଞାମାଳ ବିଜେ ପରେ ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ନେଇଥିବା ବେଳେ ଆଜି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ, ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ ହୋଇଛି। ଦକ୍ଷିଣ ମୋଡ ପରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ତିନି ରଥ। ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭିଡକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା, ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..