ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ରୌପ୍ୟ | ଭାରତୀୟ ରେସଲର ରବି ଦାହିୟାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁରୁବାର ନିଜର ପଞ୍ଚମ ପଦକ ହାସଲ କରିଛି ଭାରତ। ୫୭ କିଗ୍ରା ଓଜନ ବର୍ଗରେ ଭାରତର ରବି ଦାହିୟା ରୌପ୍ୟ ପଦକ ଜିତିଛନ୍ତି | ବିଶ୍ୱ ଚାମ୍ପିୟନ ଜାଭୁର ଉଗୁଏଭଙ୍କ ନିକଟରୁ ୭-୪ରେ ପରାଜିତ ହେବା ସହିତ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି ରେସଲର ରବି ଦାହିୟା । ଆରମ୍ଭରୁ ରବି ସାମାନ୍ୟ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ । ପ୍ରଥମ ୩ ମିନିଟରେ ଦାହିୟା ୪-୨ରେ ପଛୁଆ ରହିଥିଲେ । ପ୍ରଥମରୁ ସର୍କଲ ବାହାରକୁ ଦୁଇ ଥର ବାହାର କରି ଜାଭୁର ଦୁଇଟି ପଏଣ୍ଟ ହାସଲ କରିଥିଲେ । ତେବେ ଏକା ସାଥୀରେ ଦୁଇ ପଏଣ୍ଟ ସହିତ ରବି ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଋଷୀୟ ରେସଲର ବାଜି ମାରି ନେଇଥିଲେ । ଦ୍ୱିତୀୟ ୩ ମିନିଟରେ ରବିଙ୍କ ଡିଫେନ୍ସ ଚମକ୍ରାର ରହିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା । ଋଷୀୟ ରେସଲର ଅନ୍ତିମ ମିନିଟରେ କେବଳ ରକ୍ଷାତ୍ମକ ଭଙ୍ଗୀରେ ଖେଳି ମ୍ୟାଚକୁ ଜିତି ନେଇଥିଲେ । ୮୬ କିଗ୍ରା ବର୍ଗରେ ଅନ୍ୟତମ ଭାରତୀୟ ଦୀପକ ପୁନିଆ ରିପିଚେଜ ରାଉଣ୍ଡ ମୁକାବିଲାରେ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ । ସୂଚନା ଅନୁସାରେ- ଟୋକିଓ ଅଲମ୍ପିକ୍ସରେ ଭାରତ ଆଜି ୨ଟି ପଦକ ଜିତିଛି | ସକାଳେ ଭାରତୀୟ ପୁରୁଷ ହକି ଟିମ ଜର୍ମାନୀକୁ ୪-୫ ଗୋଲରେ ହରାଇ ବ୍ରୋଞ୍ଜ ଜିତିଥିଲା | ବର୍ତ୍ତମାନ କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ ହାସଲ କରିଛନ୍ତି |
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..