Report Card Odisha

| Daily Odia News

ଆଜି ୪୯ ଟି ସ୍ଥାନରେ ରି-ପୁଲିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ହିଂସା ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ଆଜି ସାନି ମତଦାନ ହେଉଛି। ଆଜି ମୋଟ ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ଭଦ୍ରକରେ ୩ଟି ବ୍ଲକ ଭଦ୍ରକ , ବନ୍ତ ଓ ଚାନ୍ଦବାଲିରେ ସାନି ମତଦାନ ହେଉଛି । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକରେ ସାନି ମତଦାନ ହେଉଛି । ସେଗୁଡିକ ହେଲା ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ଆଜି ସାନି ମତଦାନ ଚାଲିଛି । ବାଲେଶ୍ବର ବସ୍ତା, ଢେଙ୍କାନାଳ ଗନ୍ଦିଆ , ବୌଦ୍ଧର ରୋକ୍ସାରେ ମଧ୍ୟ ରି ପୋଲିଂ ଚାଲିଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି । ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ବାଲଟ ପେପରରେ ତ୍ରୁଟି ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

 

Breaking News