Report Card Odisha

| Daily Odia News

ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର

ଲାଲ ରଙ୍ଗର ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଶରୀର ପାଇଁ ମଧ୍ୟ ସେମିତି ଲାଭକାରୀ। ଏହି ଅଙ୍ଗୁରରେ ଭିଟାମିନ୍‌ ଭରି ରହିଛି। ଏଥିରେ ଆଣ୍ଟିଅକ୍ସିଟେଣ୍ଟ ମାତ୍ରା ଅଧିକ ରହିଛି। ଲାଲ୍ ଅଙ୍ଗୁର ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ପୋଷଣ ମିଳିଥାଏ। ଏହାସହ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ ଏହାର ନିୟମିତ ସେବନ।

ଭିଟାମିନ୍ K ଭରପୂର ହୋଇ ରହିଛି: ଅଙ୍ଗୁର ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ହେଲେ ଲାଲ୍ ରଙ୍ଗର ଅଙ୍ଗୁରରେ ଭିଟାମିନ୍‌ K ମାତ୍ରା ଭରପୂର ହୋଇଥାଏ। ଏହା ହାଡକୁ କ୍ୟାଲସିୟମ୍‌ ମାତ୍ରା  ବଢ଼ାଇଥାଏ।

ରକ୍ତଚାପ ସମସ୍ୟା ଦୂର କରେ: ରକ୍ତ ଚାପ ଜନିତ ସମସ୍ୟା ଥିଲେ ଲାଲ୍ ଅଙ୍ଗୁର ଖାଇବା ଆରମ୍ଭ କରିଦିଅନ୍ତୁ। ଏଥିରେ ଥିବା ପୋଟାସିୟମ ରକ୍ତ ଚାପ ଜିନତ ରୋଗରୁ ରକ୍ଷା କରିଥାଏ। ଯଦି ଶରୀରରେ ପୋଟାସିୟମ ମାତ୍ରା କମ୍ ଥାଏ ତା’ ହେଲେ  ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ। ଲାଲ ଅଙ୍ଗୁରରେ ଥିବା ପୋଟାସିୟମ ଉଚ୍ଚ ରକ୍ତ ଚାପ ଆଶଙ୍କା କମ୍ କରିଥାଏ।

ଏଲର୍ଜିରୁ ଦୂରେଇ ରଖେ: ଲାଲ୍ ଅଙ୍ଗୁର ଆପଣଙ୍କୁ ଏଲଜର୍ଟିକ ସମସ୍ୟାରୁ ଦୂରେଇ ରଖେ। ଏହା ଭିତରେ ଥିବା କରବସେନାଟିନ୍ ଗୁଣ ଆଣ୍ଟି-ଇଫଲେମେଟ୍ରି ହୋଇଥାଏ। ଯାହା ଏଲର୍ଜିରୁ ଦୂରେଇ ରଖେ।

ବ୍ରଣରୁ ରକ୍ଷା କରେ: ଲାଲ ଅଙ୍ଗୁର ତ୍ୱଚା ପାଇଁ ବହୁତ ଲାଭକାରୀ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାର ରେସବେରାଟ୍ରଲ ଗୁଣ ବ୍ରଣ ଠାରୁ ତ୍ୱଚାକୁ ଦୂରେଇ ରଖେ।

Breaking News