Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରରେ ସାଧାରଣତନ୍ତ୍ର ଦିବସ ପାଳିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୭୩ତମ ସାଧାରଣତନ୍ତ୍ର ଦିବସ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ସମିତିର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ । ଆଜାଦୀ କୀ ଅମୃତ ମହୋତ୍ସବର ପବିତ୍ର ଅବସରରେ ୭୫ କୋଟି ‘ସୂର୍ଯ୍ୟ ନମସ୍କାର’ ପ୍ରଦର୍ଶନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର ଏବଂ ‘ଏରୋବିକ୍‌’ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ସାମୂହିକ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ପ୍ରତିନିଧି ସ୍ନେହାଂଶୁ ଶୁଭ୍ରା ଏବଂ ଛାତ୍ର ଅମ୍ଳାନ ଅମିୟାଂଶୁ ଇଂରାଜୀରେ, ଛାତ୍ରୀ ଅନନ୍ୟା ପଣ୍ଡା ଓଡ଼ିଆରେ ଏବଂ ଛାତ୍ରୀ ଅଭ୍ୟର୍ଥନା ସାମାନ୍ତ ହିନ୍ଦୀରେ ଏହି ଦିବସର ଆଭିମୁଖ୍ୟ ସେମାନଙ୍କ ଅଭିଭାଷଣରେ ରଖିଥିଲେ । କାର୍ଯ୍ୟକ୍ରମଟି ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ।

Breaking News