Report Card Odisha

| Daily Odia News

ଧୋନିଙ୍କ ଅବସର ପୂର୍ବରୁ ଏମିତି କରିବାକୁ ଚାହାନ୍ତି ରବିନ ଉଥାପ୍ପା : ଆଇପିଏଲ

ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଖେଳିବେ । ତେବେ ଆସନ୍ତାବର୍ଷ ତାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ କି ନାହିଁ ସେକଥା ଏଯାଏ ସନ୍ଦେହରେ ରହିଛି । ଏସବୁ ଭିତରେ ନୂଆ କରି ଧୋନିଙ୍କ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିବା ରବିନ ଉଥାପ୍ପା ବଡ ବୟାନ ଦେଇଛନ୍ତି । ଆଇପିଏଲ ପାଇଁ ଖେଳାଳି ନିଲାମ ପୂର୍ବରୁ ଚେନ୍ନାଇ ଟ୍ରେଡ ୱିଣ୍ଡ ଜରିଆରେ ଉଥାପ୍ପାଙ୍କୁ ରାଜସ୍ଥାନ ରୟାଲ୍ସରୁ ନିଜ ଦଳକୁ ଆଣିଛି । ଟ୍ୱିଟରରେ ଚେନାଇ ସୁପର କିଙ୍ଗସ ଗୋଟିଏ ଭିଡିଓ ପୋଷ୍ଟ କରିଛି । ଏଥିରେ ଉଥାପ୍ପା ନିଜ ମନର କଥା କହିଛନ୍ତି । ଚେନ୍ନାଇ ସହ ସାମିଲ ହୋଇଥିବାରୁ ତାଙ୍କର ବହୁଦିନର ସ୍ୱପ୍ନ ସାକର ହୋଇଥିବା ମଧ୍ୟ ସେ କହିଛନ୍ତି ସେହିପରି ଧୋନି ସବୁ ପ୍ରକାରର କ୍ରିକେଟରୁ ଅବସର ନେବା ପୂର୍ବରୁ ତାଙ୍କ ସହ ମିଶି ଖେଳିବା ଓ ଗୋଟିଏ ଟୁର୍ଣ୍ଣାମେଂଟ ଜିତିବା ଉଥାପ୍ପାଙ୍କର ଏକମାତ୍ର ଳକ୍ଷ୍ୟ ବୋଲି ବି ସେ କହିଛନ୍ତି । ସେ କହିଛନ୍ତି, “ ମୁଁ ଦୀର୍ଘ ଦିନ ହେଲା ଦେଖିଥିବା ଗୋଟିଏ ଇଚ୍ଛା ଚେନ୍ନାଇ ସହ ସାମିଲ ହେବା ପରେ ପୂରଣ ହୋଇଛି । ଦୀର୍ଗ ୧୨ ରୁ ୧୩ ବର୍ଷ ହେଲା ମୁଁ ଧୋନିଙ୍କ ସହ ଖେଳି ଆସୁଛି । କିନ୍ତୁ ସେ ଅବସର ନେବା ପୂର୍ବରୁ ତାଙ୍କ ସହ ମ୍ୟାଚ୍ ଖେଳି ଗୋଟି, ଟୁର୍ଣ୍ଣାମେଂଟ ଜିତିବା ମୋର ଏକମାତ୍ର ଳକ୍ଷ୍ୟ । ଚେନ୍ନାଇ ପାଇଁ ଖେଳିବା ଗୋଟିଏ ଆର୍ଶୀବାଦ ଓ ମୋ ପାଇଁ ବହୁତ ସୁଯୋଗ । ଅମ୍ବାତି ରାୟୁତ ଓ ସୁରେଶ ରାଇନାଙ୍କ ସହ ମଧ୍ୟ ମୁଁ ଖେଳି ଆଗକୁ ବଢିଛି । ତେଣୁ ଚେନ୍ନାଇ ପାଇଁ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଖୁସି । ମୋତେ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ବହୁତ ଧନ୍ୟବାଦ ।’’ ୨୦୦୭ରେ ଭାରତ ପ୍ରତମଥର ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା । ଏହି ଟିମ୍‌ରେ ଉଥାପ୍ପା ମଧ୍ୟ ରହିଥିଲେ । ଏହି ଟୁର୍ଣ୍ଣାମେଂଟରେ ସେ ୧୧୩ ଷ୍ଟ୍ରାଇକ ରେଟ୍‌ରେ ୧୧୩ ରନ୍ କରିଥିଲେ ଆଇପିଏଲରେ ଉଥାପ୍ପାର ବିଭିନ୍ନ ଦଳ ପକ୍ଷରୁ ୧୮୯ଟି ମ୍ୟାଚ୍ ଖେଳି ୪୬୦୭ ରନ୍ କରିଛନ୍ତି । ଏଥିରେ ୨୪ଟି ଅର୍ଦ୍ଧଶତକ ରହିଛି ।

Breaking News