ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନୀୟ ସୈନିକମାନଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମନ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳ ଷ୍ଟେସନ୍ ଉପରେ ଆକ୍ରମଣ କରିଥିବା କଥା ଆଜି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହା ବ୍ୟତିରେକେ, ୪ଟି ଆଗ୍ନେୟାସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନୀୟ ମିଲିଟାରି ଟାର୍ଗେଟ୍ ଉପରେ ଆକ୍ରମଣ କରିଥିବା କଥା ମଧ୍ୟ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି। କିନ୍ତୁ, କିବ୍ ଏ ସଂକ୍ରାନ୍ତରେ ହଠାତ୍ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ। ତେଣେ, ପୂର୍ବ ୟୁକ୍ରେନ୍ରେ ଥିବା ନଗରୀମାନଙ୍କରେ ରୁଷୀୟ ସୈନିକମାନେ କମାଣରେ ଗୁଳିଗୋଳା ବର୍ଷଣ ଆରମ୍ଭ କରିବାରୁ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି। ଏହାଛଡ଼ା, ମାରିୟୁପୋଲ୍ରେ ଥିବା ଇସ୍ପାତ କାରଖାନା ଉପରେ ମଧ୍ୟ ଭୀଷଣ ବୋମା ବର୍ଷଣ ଚାଲିଛି। ଉକ୍ତ ଇସ୍ପାତ କାରଖାନାରୁ ଆହୁରି ଅଧିକସଂଖ୍ୟକ ସାଧାରଣ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ୟୁକ୍ରେନୀୟ ସରକାରୀ ଅଧିକାରୀ ଏବଂ ଜାତିସଂଘ ଆଶା ପ୍ରକାଶ କରିଛନ୍ତି। ୨ ମାସ ପରେ ଉକ୍ତ ଇସ୍ପାତ କାରଖାନାରୁ ୧୦୧ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା କଥା ୟୁକ୍ରେନ୍ ପାଇଁ ଥିବା ଜାତିସଂଘର ମାନବୀୟ ସମନ୍ବୟ ରକ୍ଷାକାରୀ ଓସ୍ନାଟ୍ ଲୁବ୍ରାନି କହିଛନ୍ତି। ଉଦ୍ଧାର ଜନସାଧାରଣଙ୍କ ମଧ୍ୟରେ ଅଛି ମହିଳା, ବୟୋବୃଦ୍ଧ ଏବଂ ୧୭ଜଣ ପିଲା। ପିଲାମାନଙ୍କ ମଧ୍ୟରୁ ଜଣକୁ ୬ ମାସ ଚାଲିଛି। ରୁଷ୍ ଆଉ ୨ଟି ୟୁକ୍ରେନୀୟ ନଗରୀ ଅକ୍ତିଆର କରିବ ବୋଲି ଆଜି ସାମରିକ ଗୁଇନ୍ଦା ତଥ୍ୟକୁ ଆଧାର କରି ଇଂଲଣ୍ଡ୍ କହିଛି। ବ୍ରିଟିସ୍ ସେନାର ମନେହେଉଛି ଯେ, ରୁଷ୍ ପୂର୍ବ ୟୁକ୍ରେନ୍ରେ ଥିବା କ୍ରାମାତୋର୍ସ୍କ ଏବଂ ସେଭେରୋଡୋନେତସ୍କ୍ ନଗରୀ ଦଖଲ କରିବାକୁ ଉଦ୍ୟମ ଚଳାଇଛି।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……