ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ମାସରେ ରାଜ୍ୟରେ ସବୁ ସରକାରୀ ଅଫିସ ସ୍ୱାଭାବିକ ଭାବେ ପୂର୍ଣ୍ଣ କ୍ଷମତାରେ ଚାଲିବ | ଆଉ ସବୁ ଶନିବାର ଅଫିସ ବନ୍ଦ ରହିବ ନାହିଁ | ସାଧାରଣ ଦିନ ପରି କେବଳ ଦ୍ଵିତୀୟ ଓ ଚତୁର୍ଥ ଶନିବାର ଅଫିସ ବନ୍ଦ ରହିବ | ଆଜି ସାଧାରଣ ପ୍ରସାଶନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଵିଜ୍ଞାପ୍ତି ଜାରି ହୋଇଛି | ଯେହେତୁ ବହୁ ସରକାରୀ କର୍ମଚାରୀ ଦୁଇ ଡୋଜ ଟୀକା ନେଇସାରିଛନ୍ତି | ତେଣୁ ସେମାନେ ନିୟମିତ ଆସିବା ବାଧ୍ୟତାମୂଳକ କିନ୍ତୁ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି କର୍ମଚାରୀ ଟିକା ନେଇ ନ ଥିବେ, ତେବେ ସେମାନେ ବ୍ୟକ୍ତିଗତ ଭାବେ ନିଜ ଅଫିସ କର୍ତ୍ତୃପକ୍ଷଙ୍କୁ ଜଣାଇବେ | କିନ୍ତୁ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି ଯୁକ୍ତି ଯୁକ୍ତ କାରଣ ପାଇଁ ଯଦି କୌଣସି କର୍ମଚାରୀ ଟିକା ନେଇ ନ ଥିବେ, ତେବେ ସେମାନେ ବ୍ୟକ୍ତିଗତ ଭାବେ ନିଜ ଅଫିସ କତ୍ତୃପକ୍ଷଙ୍କୁ ଜଣାଇବେ | କିନ୍ତୁ କତୃପକ୍ଷଙ୍କୁ ନ ଜଣାଇ କୌଣସି କର୍ମଚାରୀ ଅନୁପସ୍ଥିତ ରହିପାରିବେ ନାହିଁ | ସରକାରୀ ଅଫିସଗୁଡିକରେ କାର୍ଯ୍ୟ ସମ୍ପାଦକ କଲେ ବେଳେ ସେଠାରେ ଯେପରି କରୋନା ଗାଇଡଲଇନ୍ସ ଠିକ ଭାବେ ପାଳନ କରାଯିବ, ତାହା ଉପରେ କତୃପକ୍ଷ ଧ୍ୟାନ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..