ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଲଗାଯାଇଥିବା କଟକଣାକୁ ବୁଧବାର ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ରିପୋର୍ଟ କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ନାହିଁ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଥାଉ କି, ପୂର୍ବରୁ ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ ଆଣ୍ଟିଜେନ୍ ଟେଷ୍ଟ କିମ୍ବା RTPCR ଟେଷ୍ଟ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ପଡ଼ୁଥିଲା। ନଚେତ୍ କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା। ହେଲେ ଏବେ ଏସବୁର କିଛି ଆବଶ୍ୟକତା ପଡ଼ିବ ନାହିଁ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..