ରିପୋର୍ଟକାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ବରରେ ଗୁଳିକାଣ୍ଡ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୁବନେଶ୍ଵର ଡମଣାରେ ଥିବା ଏକ ବାର୍ ଖୋଲାଥିବାବେଳେ କିଛି ଦୁର୍ବୁତ୍ତ ଗୁଳିମାଡ କରିଥିଲେ। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଗୁଳିକାଣ୍ଡ ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।






More Stories
ନବୀନ-ଜୟନାରାୟଣ ମୁହାଁମୁହିଁ…..
ଆଜି ନବୀନ ନିବାସରେ ବୈଠକ….
ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ଗିରଫ…..