ବିଗବସ୍ ୧୪ର ବିଜେତା ହୋଇଛନ୍ତି ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ବୋହୂ ରୁବିନା ଦିଲେକ। ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କ ପଛରେ ପକାଇ ବିଗବସ୍ ୧୪ ଟ୍ରଫିକୁ ନିଜ ନାମରେ କରିଛନ୍ତି। ଟ୍ରଫି ସହିତ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଶୋ’ରେ ୫ ଜଣ ପ୍ରତିଯୋଗୀ ଫାଇନାଲଷ୍ଟି ଭାବେ ରହିଥିଲେ। ରୁବିନା ଦିଲେକ, ନିକ୍କି ତାମ୍ବୋଲି, ଅଲୀ ଗୋନୀ, ରାହୁଲ ବୈଦ ଏବଂ ରାକ୍ଷୀ ସାୱନ୍ତ । ରୁବିନା ଟାଇଟଲ ଜିତିଥିବା ବେଳେ ରାହୁଲ ବୈଦ ପ୍ରଥମ ରନର୍ସଅପ୍ ହୋଇଥିଲେ। ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲା। ସେ ଶୋ’ରେ ବେଶ୍ ଦମଦାର ପ୍ରଦର୍ଶନ କରିଥିଲେ। ରୁବିନା ଦିଲୈକଙ୍କ ପାଇଁ ‘ବିଗ୍ ବସ୍’ର ଯାତ୍ରା ସହଜ ନଥିଲା। ଶୋ’ରେ ସେ ନିଜ ସହ ଅନେକ ଥର ସଂଘର୍ଷ କରିଥିଲେ। ଏପରିକି ସେ ଶୋ’ରେ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲାଙ୍କ ସହ ଥିବା ସମ୍ପର୍କ ବିଷୟରେ ବଡ ଖୁଲାସା ମଧ୍ୟ କରିଥିଲେ।
More Stories
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଅଭିନେତାଙ୍କୁ ହତ୍ୟା ଧମକ……
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..