Report Card Odisha

| Daily Odia News

ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ, ସୋନିଆଙ୍କ ନେତୃତ୍ବରେ ଏକାଠି ୧୯ ଦଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରର ମୋଦି ସରକାର ବିରୋଧରେ ଏକାଠି ହେଲେ ବିରୋଧୀ ।ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଦଳ | ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏକାଠି ହୋଇଛନ୍ତି ୧୯ଟି ଦଳ । ବିରୋଧୀ ଦଳମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆହ୍ବାନ ଦେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ସଂସଦ ଭିତରେରେ ବିରୋଧୀ ଏକତାର ଭରସା ଏବଂ ବାହାରେ ବଡ ରାଜନୈତିକ ଲଢେଇ ଲଢିବାକୁ ହେବ । ସୋନିଆ ଗାନ୍ଧୀ କହିଛନ୍ତି, ‘୨୦୨୪ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏଥିପାଇଁ ବ୍ୟବସ୍ଥିତ ଢଙ୍ଗରେ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଏହା ନିଶ୍ଚୟ ଭାବେ ଚ୍ୟାଲେଞ୍ଜିଂ ହେବ କିନ୍ତୁ ଆମେ ସମସ୍ତେ ମିଶି ଏହା କରିପାରିବା କାରଣ ଏହାର ଆଉ କୌଣସି ବିକଳ୍ପ ନାହିଁ । ଦେଶର ହୀତ ପାଇଁ ଏହା କରିବା ନିହାତି ଆବଶ୍ୟକ । ସଂସଦର ଆସନ୍ତା ଅଧିବେଶନରେ ସମସ୍ତ ବିରୋଧୀମାନଙ୍କୁ ଏକାଠୀ ହୋଇ କାମ କରିବାକୁ ହେବ । ଏହା ସହିତ ବଡ ଧରଣର ରାଜନୈତିକ ଲଢେଇ ସଂସଦ ବାହାରେ କରିବାକୁ ହେବ । ବର୍ତ୍ତମାନ ବିରୋଧୀ ଦଳମାନଙ୍କର ଏକଜୁଟ୍‌ ଚାହୁଁଛି ଦେଶ ଏବଂ କଂଗ୍ରେସ ଏହାକୁ କରିଦେଖାଇବ । ବୈଠକରେ ଉପସ୍ଥିତ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଟ୍ବିଟ୍‌ କରି କହିଛନ୍ତି, ‘ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଆଜି ବିରୋଧୀ ଦଳ ବୈଠକ ସମ୍ପନ୍ନ ହୋଇଛି । ଭର୍ଚୁଆଲ ଭାବେ ହୋଇଥିବା ବୈଠକରେ ସମସ୍ତ ଦଳ ଏକାଠି ହୋଇ ନିଜର ଆଭିମୁଖ୍ୟ ବିଷୟରେ କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ମୁଦ୍ଦାକୁ ଲୋକତାନ୍ତ୍ରିକ କରିବାରେ ବିଫଳ ହୋଇଛନ୍ତି ଯିଏକି ଲୋକତନ୍ତ୍ର ଏବଂ ଧର୍ମନିରପେକ୍ଷତାରେ ବିଶ୍ବାସ କରେ । ଯେଉଁମାନେ ଦେଶର ଲୋକତନ୍ତ୍ରକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ସେମାନେ ଏକାଠି ହୁଅନ୍ତୁ ।’ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳ ବୈଠକରେ ୧୯ଟି ଦଳ ଉପସ୍ଥିତ ଥିଲେ । ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ହେଉଛନ୍ତି, କଂଗ୍ରେସ, ଟିଏମ୍‌ସି, ଏନ୍‌ସପି, ଶିବସେନା, ଡିଏମ୍‌କେ. ଜେଏମ୍‌ଏମ୍‌. ସିପିଆଇ, ସିପିଏମ୍‌, ନେସନାଲ କନଫରେନ୍ସ, ଆରଜେଡି, ଏଆଇୟୁଡିଏଫ୍‌, ବିସିକେ, ଲୋକତାନ୍ତ୍ରିକ ଜନତା ଦଳ, ଜେଡିଏସ୍‌, ଆର୍‌ଏଲ୍‌ଡି, କେରଳ କଂଗ୍ରେସ ମଣି, ଆଏସପି, ପିଡିପି ଏବଂ ଆଇୟୁଏମ୍‌ଏଲ୍‌ ।

Breaking News