ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଆଫ୍ରିକାର ବନ୍ୟା ରଚିଛି ବିଭୀଷିକା | ରାଷ୍ଟ୍ରପତି ସିରିଲ ରାମଫୋସା ଦେଶରେ ଭୀଷଣ ବନ୍ୟା ପରିସ୍ଥିତି ପାଇଁ ରାଷ୍ଟ୍ରରେ ଜରୁରୀକାଳୀନ ପରିସ୍ଥିତି ସହ ଏହାର ମୁକାବିଲା କରିବା ପାଇଁ ଅନେକ ଆବଶ୍ୟକୀୟ ପଦକ୍ଷେପଗ୍ରହଣ କରିଛନ୍ତି। ବନ୍ୟା ପାଇଁ ତଟୀୟ ଅଞ୍ଚଳରେ କେଜେଡଏନରେ ୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ, ଦେଶରେ ୪୦,୦୦୦ରୁ ଅଧିକ ଲୋକେ ବାସହରା ହୋଇ ଯାଇଛନ୍ତି। କୋଭିଡ -୧୯ କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବା ପରେ ରାଷ୍ଟ୍ରପତି ପୁଣି ବନ୍ୟା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଚାରି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି ରାମଫୋସା କହିଛନ୍ତି।
ବର୍ତ୍ତମାନ ବନ୍ୟା ପରିସ୍ଥିତି ଡରବନରୁ ସମଗ୍ର ଦେଶକୁ ଇନ୍ଧନ ଲାଇନ ଏବଂ ଖାଦ୍ୟ ଯୋଗାଣରେ ବାଧା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଗତ କିଛି ଦିନ ହେବ ପ୍ରବଳ ବର୍ଷା ପରେ ଭୂସ୍ଖଳନ ପରିସ୍ଥିତି ଯୋଗୁଁ କେଜେଡଏନରେ ନିଖୋଜ ମାନଙ୍କୁ ଉଦ୍ଧାରକାରୀ ଦଳ ଖୋଜୁଛନ୍ତି । ଏହି ବିପର୍ୟ୍ୟୟରେ ୪୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
More Stories
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ସୈଫ୍ଙ୍କୁ ଆକ୍ରମଣ:ସନ୍ଦୀଗ୍ଧ ଆକ୍ରମଣକାରୀ ଗିରଫ…..