ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଭ୍ୟାକ୍ସିନ। ଋଷରୁ ଆସି ହାଇଦ୍ରାବାଦ ବିମାନ ବନ୍ଦରରେ ଆଜି ସ୍ପୁଟନିକ୍-ଭି ଟିକା ପହଞ୍ଚିଛି । ସ୍ପୁଟନିକ-ଭି ହେଉଛି ଭାରତର କରୋନା ବିରୋଧରେ ତୃତୀୟ ଟିକା | ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡି ଲ୍ୟାବରେ ପହଞ୍ଚିଛି ସ୍ପୁଟନିକ-ଭି । ଏଠାରେ ଟିକା ପରୀକ୍ଷଣ କରାହେବ | ଏହାପରେ ଦେଶର ବିଭିନ୍ନ ସ୍ଥାନକୁ ଟିକା ଯିବ ଏବଂ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର ହେବ |ଏପ୍ରିଲ ୧୩ରେ DCGI ସ୍ପୁଟନିକ-ଭିର ବ୍ୟବହାରକୁ ଅନୁମତି ଦେଇଥିଲା। ରୁଷିଆର ଟିକାକୁ ଅନୁମତି ଦେବାରେ ଭାରତ ବିଶ୍ବର ୬୦ ତମ ଦେଶ । ତୃତୀୟ ପର୍ଯ୍ୟାୟ ଟିକାକରଣରେ ଏହି ଟିକାକୁ ବ୍ୟବହାର କରାଯିବ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..