Report Card Odisha

| Daily Odia News

ବିବାହ ପ୍ରୋସେସନ ସଂପୂର୍ଣ୍ଣ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି ।ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, ରୋଷେୟାଙ୍କୁ ମିଶାଇ ୫୦ ଜଣ ଉପସ୍ଥିତ ରହିପାରିବେ ବୋଲି ସୂଚନା ମିଳିଛି। ତେବେ ଅନ୍ୟାଦେଶ ଯାଏଁ ବିବାହ ପ୍ରୋସେସନ ସଂପୂର୍ଣ୍ଣ ବନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ଏହାସହ ୬୫ ବର୍ଷରୁ ଊର୍ଦ୍ଧ୍ୱ, ୧୦ ବର୍ଷରୁ କମ୍, ଗର୍ଭବତୀଙ୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଉଭୟ କାର୍ଯ୍ୟ ପାଇଁ ନିକଟ ଥାନାର ଅନୁମତି ଆବଶ୍ୟକ। ଉଭୟ କାର୍ଯ୍ୟରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ପାନ ଛେପ ପକାଇବାକୁ ବାରଣ କରାଯାଇଥିବା ନେଇ ସୂଚନା ମିଳିଛି ।

Breaking News