ରିପୋର୍ଟ କାର୍ଡ / ପୁରୀ
ସରିଲା ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | ମଙ୍ଗଳ ଆଳତି ପାରେ ସ୍ନାନ ମଣ୍ଡପକୁ ଯାଇ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ | ଏହି ସମୟରେ ମହାପ୍ରଭୁଙ୍କୁ କେହି ସ୍ପର୍ଶ କରିବେନାହିଁ | ସ୍ନାନ ମଣ୍ଡପ ଉପରକୁ ଯାଇ ୩ ଘଣ୍ଟା ଦର୍ଶନ କରିପାରିବେ | ସ୍ନାନଯାତ୍ରା, ରଥଯାତ୍ରା,ସୁନାବେଶ ଦିନ ପୁରୀର ବିଭିନ୍ନ ସ୍ଥାନରେ LED ଲଗାଯିବ | ସମୁଦ୍ର କୁଲ, ବସ ଷ୍ଟାଣ୍ଡ, ଷ୍ଟେସନ ରେ LED ଲଗାଯିବା ନେଇ ଆଜି ବସିଥିବା ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି | ସିଧା ପ୍ରସାରଣ ଦାଇତ୍ୱ I &PR ବିଭାଗକୁ ଦିଆଯିବା ନେଇ ସୂଚନା ମିଳିଛି | ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ। ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……