ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଇନ୍ଦ୍ରନୀଳ, ଉର୍ଣ୍ଣ ଆଦି ନାନା ସୁନ୍ଦର ମୂଲ୍ୟବାନ୍ ବସ୍ତୁ ଦ୍ରବ୍ୟ ଲାଭ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ରାଜନୀତିରେ ଉଚ୍ଚାସନ ମିଳିପାରେ। ମାତୃକଲ୍ୟାଣ ମିଳିବ।
ବୃଷ: ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହେବେ। କଠିନ ପରିଶ୍ରମୀ ହେବେ। ଶ୍ବଶୁର ଘର ତରଫରୁ ଧନଲାଭ ହୋଇପାରେ। ଧର୍ମକ୍ଷେତ୍ରକୁ ଯାତ୍ରା ଯୋଗ ଅଛି। ପତ୍ନୀ ଆପଣଙ୍କୁ ଅନେକ ସମସ୍ୟାରୁ ଉଦ୍ଧାର କରିବେ।
ମିଥୁନ: ଧର୍ମକ୍ରିୟାରତ ହେବେ। ଯଶସ୍ବୀ ହେବେ। ଧୈର୍ଯ୍ୟର ସହ ବିପଦର ମୁକାବିଲା କରିବେ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ପତ୍ନୀ ଗୃହ ନିପୁଣା ହେବେ।
କର୍କଟ: ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ପାଇବେ। ପତ୍ନୀ ଭାଗ୍ୟବତୀ ହୋଇପାରନ୍ତି। କାଶ, ବ୍ରଣ ଓ ଚର୍ମରୋଗରେ ଆକ୍ରାନ୍ତ ହୋଇପାରନ୍ତି।
ସିଂହ: ବିବାହ ବିଳମ୍ବ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବା ପରାୟଣା ହେବେ। ସୁଖୀ ଜୀବନ ହେବ। ସରକାରୀ ଧନ ମିଳିବ। ନିଜ ବାସସ୍ଥାନରୁ ଦୂରେଇ ରହି ବ୍ୟବସାୟ କଲେ ଭଲ ଲାଭ ହେବ।
କନ୍ୟା: ଶତ୍ରୁ ବିନାଶକାରୀ ହେବେ। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବେ। ସଫଳ ରାଜନୀତିଜ୍ଞ ହୋଇପାରନ୍ତି। ଆଇନ ପରାମର୍ଶଦାତା ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।
ତୁଳା: ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। କଳାବିଦ୍ୟା ନିପୁଣ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଉଚ୍ଚ ଶିକ୍ଷିତ ଓ ମହାନ୍ ଡିଗ୍ରୀଧାରୀ ହେବେ।
ବିଛା: ଧନୀ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ହୃଦୟରେ ଉତ୍ତମ ବିଚାରଧାରା ପ୍ରବାହିତ ହେବ। କଳାବସ୍ତୁ, ତୈଳ ଓ ପରିଧାନ ବ୍ୟବସାୟ ଲାଭପ୍ରଦ ହେବ। ଚତୁର ହେବେ।
ଧନୁ: ଧନୀ ହେବେ। ଦୀର୍ଘାୟୁ ହୋଇପାରନ୍ତି। ମାଲିମୋକଦ୍ଦମା ଓ ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ଓ ପ୍ରଯତ୍ନଶୀଳ ହେବେ।
ମକର: କୋଇଲା, ଚମଡ଼ା ଜୋତା, ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। ପରିଶ୍ରମୀ ହେବେ। ଗୁରୁଭକ୍ତିଯୁକ୍ତ ହେବେ। ପୈତୃକ ସମ୍ପତ୍ତି ଭୋଗ କରିବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ।
କୁମ୍ଭ: ଧନବାନ୍, ଶାନ୍ତିପ୍ରିୟ, ଦୀର୍ଘଜୀବୀ, ରାଜନୀତିଜ୍ଞ, ଶତ୍ରୁବିନାଶକ ହେବେ। ସେବା ପରାୟଣ, ଉଚ୍ଚକୋଟୀର ଲେଖାରେ ଜନମାନସକୁ ଦିଗ୍ଦର୍ଶନ ଦେବେ। ପ୍ରବଳ ଉଦ୍ୟମୀ ହେବେ।
ମୀନ: ପ୍ରଭାବଶାଳୀ ହେବେ। ପୁରୁଷାର୍ଥୀ, ସମ୍ପୂର୍ଣ୍ଣ ପରିବାର ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ପତ୍ନୀ ରୂପବତୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରୁ ଲାଭ ପ୍ରାପ୍ତିର ସୂଚନା ମିଳୁଛି। ତୈଳ ବ୍ୟବସାୟରୁ ଲାଭ ହେବ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..