Report Card Odisha

| Daily Odia News

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ପ୍ରବଳ ଖରା ସାଙ୍ଗକୁ କରୋନା ସଂକ୍ରମଣ ବଢିବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ। ଗତବର୍ଷ ଭଳି ବର୍ତ୍ତମାନ ସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବପର ନୁହେଁ । ମାର୍ଚ୍ଚରେ ଖରା ପ୍ରବଳ ହେଉଥିବା ବେଳେ ମେରେ ସ୍କୁଲ ଖୋଲିବା ସମ୍ଭବପର ନାହିଁ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ଏପରି ହିଁ ସ୍ଥିର ହୋଇଛି । କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫଲାଇନରେ କରାଯିବ। ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେ ବୋଲି ମଧ୍ୟ କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

Breaking News