Report Card Odisha

| Daily Odia News

‘ସୁଭଦ୍ରା’କୁ ନେଇ ବଡ ଘୋଷଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟ ବାହାରେ ଯେଉଁ ମହିଳା ରହୁଛନ୍ତି, ସେମାନେ ଆବେଦନ କଲେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ। ଜିଲାଭିତ୍ତିକ ସମୀକ୍ଷାକୁ ନେଇ ଏହି ସୂଚନା ଦେଇଛନ୍ତି |ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି। ସେମାନଙ୍କୁ ଅନୁରୋଧ କରିଛନ୍ତି, ଟଙ୍କା ପାଇବା ପାଇଁ ଶୀଘ୍ର ଆବେଦନ କରନ୍ତୁ। ୪ର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲାୱାରୀ ରିଭ୍ୟୁ ହୋଇଥିଲା । ଯେଉଁମାନେ ଆବେଦନ କରି ନାହାଁନ୍ତି, ସେମାନେ ଆବେଦନ କଲେ ଟଙ୍କା ପାଇବେ।

Breaking News