Report Card Odisha

| Daily Odia News

୩ ବର୍ଷର ପୁଅକୁ ନେଇ ଟ୍ରେନ ଆଗକୁ ଡେଇଁଲା ମା….

ରିପୋର୍ଟ କାର୍ଡ / ବାଲେଶ୍ଵର

୩ ବର୍ଷର ପୁଅକୁ ନେଇ ମାଆ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ | ସୂଚନା ଅନୁସାରେ, ଏହି ଘଟଣା ନୂଆଗାଁ ରେଳ ଷ୍ଟେସନ ନିକଟରେ ଘଟିଛି । ମୃତ ମହିଳାଜଣଙ୍କ ବସ୍ତା ବ୍ଲକ ଦୁଧହଂଶା ଗ୍ରାମର ରୀତାରାଣୀ ବୋଲି ଜଣାପଡ଼ିଛି । ମୃତ ପୁଅର ନାମ ମକୁରୁ(୩) ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ଖବର ପାଇ ବାଲେଶ୍ୱର ଜିଆଇପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କନ୍ଦଳକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Breaking News