Report Card Odisha

| Daily Odia News

୬ ମାସ ଛୁଟିରେ ଗଲେ ପାଣ୍ଡିଆନଙ୍କ ପତ୍ନୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍‌-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ । ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି । ସାଧାରଣ ବିଭାଗର ଏହି ନିର୍ଦ୍ଦେଶାବଳୀରେ ସୁଜାତା ମେ’ ୧୦ତାରିଖରୁ ଛୁଟିରେ ରହିଛନ୍ତି । ପିଲା ଯତ୍ନ ପାଇଁ ୬ମାସ ଛୁଟି(ମେ’ ୩୧ରୁ ନଭେମ୍ବର ୨୬) ଅବଧିକୁ ପିଛିଲା ଭାବେ ଜୁନ୍ ୫ତାରିଖରେ ମଞ୍ଜୁର ହୋଇଥିବା ଜଣାପଡ଼ିଛି ।

Breaking News