Report Card Odisha

| Daily Odia News

ବୟସ୍କ ବ୍ୟକ୍ତି ନିଜ ଧର୍ମକୁ ମୁକ୍ତ ଭାବରେ ବାଛିପାରିବେ:ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ ବୋଲି ଆଜି ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହିତ ଧର୍ମ ପରିବର୍ତ୍ତନକୁ ଯାଞ୍ଚ କରିବା ଲାଗି କଠୋର ଆଇନ ଆଣିବା ପାଇଁ ଦାବି କରି ବିଜେପି ନେତା ଅଶ୍ଵିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଜଷ୍ଟିସ ରୋହିନ୍‌ଟନ ଫଲି ନରିମାନଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ, ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ନିଜ ଧର୍ମକୁ ମୁକ୍ତ ଭାବରେ ବାଛି ନ ପାରିବାର କୌଣସି କାରଣ ନାହିଁ। ସମ୍ବିଧାନରେ ‘ମତ ପ୍ରଚାର’ ଶବ୍ଦ କାହିଁକି ରହିଛି, ତାହାର ଏକ କାରଣ ଅଛି ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଡ୍‌ଭୋକେଟ ଗୋପାଳ ଶଙ୍କର ନାରାୟଣନଙ୍କୁ କହିଥିଲେ। ଜଷ୍ଟିସ ନରିମନ କହିଥିଲେ ଯେ, ଆବେଦନକାରୀ ଆତ୍ମପ୍ରଚାର କରିବା ଲାଗି ଏହି ପିଟିଶନ ରୁଜୁ କରିଛନ୍ତି, ଯାହା ଅତ୍ୟନ୍ତ କ୍ଷତିକାରକ। ଖଣ୍ଡପୀଠ ଆବେଦନକାରୀଙ୍କୁ ବଡ଼ ପରିମାଣର ଜରିମାନା ଲାଗୁ କରିବାକୁ ଚେତାବନୀ ଦେଇଥିଲେ। ଏହା ପରେ ବିଜେପି ନେତା ଅଶ୍ଵିନୀ ପିଟିଶନକୁ ପ୍ରତ୍ୟାହାର କରିନେଇଥିଲେ।

Breaking News