Report Card Odisha

| Daily Odia News

ଓଡ଼ିଶାରେ ପହଞ୍ଚିଛିଲା ଅଢ଼େଇ ଲକ୍ଷ କରୋନା ଟିକା, ଯିବ ସବୁ ଜିଲ୍ଲାକୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି ଅଢ଼େଇ ଲକ୍ଷ କରୋନା ଟିକା । ସବୁ ଜିଲ୍ଲାକୁ ଏହି ଟିକା ବଣ୍ଟାଯିବ ବୋଲି ଜଣାପଡିଛି । ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡ଼ି ଭୁବନେଶ୍ୱରରେ ପହଞ୍ଚିଛି । ତେବେ ରାଜ୍ୟକୁ ୨୫ ଲକ୍ଷ ଟିକା ମିଳିବାକୁ ଥିବା ବେଳେ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର ଟିକା । ବର୍ତ୍ତମାନ ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଁଚିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୧ ତାରିଖ ଠାରୁ ଏପ୍ରିଲ ୧୪ ଯାଏ ପାଳିତ ହେବ ଟିକା ଉତ୍ସବ । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି । ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଅନୁରୋଧ କରାଯାଇଛି । ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କମ ଟିକା ଯୋଗାଣ ଯୋଗୁ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ସାରା ଦେଶରେ ଏପ୍ରିଲ ୧୧ ତାରିଖରୁ ଏପ୍ରିଲ ୧୪ ତାରିଖ ଯାଏ ଟିକା ଉତ୍ସବ ପାଳିତ ହେବ ।

Breaking News