Report Card Odisha

| Daily Odia News

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ବନ୍ଧୁ ସିଦ୍ଧାର୍ଥ ଗିରଫ….

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗତକାଲି ହାଇଦ୍ରାବାଦରୁ ଗିରଫ କରିଛି । ସିଦ୍ଧାର୍ଥଙ୍କୁ ମୁମ୍ବାଇ ଅଣାଯାଇଛି । ସୁଶାନ୍ତଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ସିଦ୍ଧାର୍ଥ ପିଠାନୀ ଜଣେ । ତାଙ୍କର ଗତସପ୍ତାହରେ ନିର୍ବନ୍ଦ ସରିଛି । ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କ ନାଁ ବି ମିଡିଆରେ ଚର୍ଚ୍ଚାରେ ରହିଥିଲା । ସିଦ୍ଧାର୍ଥ ହିଁ ପ୍ରଥମେ ଘର ଭିତରେ ସୁଶାନ୍ତ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ । ତେବେ ଏନସିବି ଅଧିକାରୀ ଏବେ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରିବେ । କ୍ରିଏଟିଭ ଆର୍ଟ ଡିଜାଇନର ସିଦ୍ଧାର୍ଥ ପଠାନୀ ସୁଶାନ୍ତଙ୍କ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ । ଯେତେବେଳେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘରେ ରହୁନଥିଲେ ସେ ସୁଶାନ୍ତଙ୍କ ସାମ୍ନା ରୁମ ରେ ରହୁଥିଲେ । ସିବିଆଇ ନିଜ ତଦନ୍ତରେ ବହୁଜ ଲୋକଙ୍କୁ ପଚରାଉଚୁରା କରିଛି ।

Breaking News