Report Card Odisha

| Daily Odia News

ସବୁ ସୀମା ଟପି ଗଲେ ଅଭିଯୁକ୍ତ,ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ବୋତଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଅଭିଯୁକ୍ତମାନେ ସବୁ ସୀମା ଟପି ଯୁବତୀଙ୍କ ଗୁପ୍ତାଙ୍ଗରେ ବୋତଲ ଭର୍ତ୍ତି କରି ଦେଇଥିଲେ । ୬ ଦିନ ପୂର୍ବେ ବେଙ୍ଗାଲୁରୁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଘଟଣାକୁ ନେଇ ବେଙ୍ଗାଲୁରୁ ପୋଲିସ୍ ଏକ ବୟାନ ଜାରି କହିଛି, ଭିଡିଓ କ୍ଲିପ୍‌ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ୨ ଜଣ ମହିଳାଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହିଳାଙ୍କୁ ଖୋଜିବା ପାଇଁ ଏକ ପୋଲିସ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଫଳରେ ସେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏମାନେ ସମସ୍ତେ ଗୋଟିଏ ଗ୍ରୁପର ଓ ସମସ୍ତେ ବାଂଲାଦେଶର ବୋଲି ଅନୁମାନ କରାଯାଉଛି। ପୀଡ଼ିତା ଜଣକ ମଧ୍ୟ ବାଂଲାଦେଶର ଓ ତାଙ୍କୁ ଭାରତକୁ ଚାଲାଣ ପାଇଁ ଅଣା ଯାଇଥିଲା। ତେବେ ଅର୍ଥ କାରବାରକୁ ନେଇ ତାଙ୍କୁ ନିର୍ଯାତନା ଦିଆଯିବା ସହ ଆକ୍ରମଣ କରାଯାଇଥିଲା। ବେଙ୍ଗାଲୁର ପୋଲିସ୍‌ କହିଛି, ଏବେ ମହିଳା ଜଣକ ଅନ୍ୟ ରାଜ୍ୟରେ ଅଛନ୍ତି ଓ ତାଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଯାଇଛନ୍ତି। ତାଙ୍କର ପତ୍ତା ମିଳିଲେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।

Breaking News