ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିରିୟା ଗୃହଯୁଦ୍ଧରେ ବିଦ୍ରୋହୀ ଦେଶକୁ କବଜା କରିବା ପରେ ତତ୍କାଳୀନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିଥିଲା । ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ତାଙ୍କୁ ଶରଣ ଦେଇଥିଲେ। କିନ୍ତୁ ଏବେ ଅସଦଙ୍କୁ ରୁଷରେ ହିଁ ବିଷ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ସାମ୍ନାକୁ ଆସିଛି। ଅସଦ ହଠାତ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ନିଃଶ୍ଵାସ ନେବାରେ ସମସ୍ୟା ହୋଇଥିଲା। ତେଣୁ ସେ ନିଜ ସୁରକ୍ଷା କର୍ମୀଙ୍କ ସହାୟତା ନେଇଥିଲେ। ସେମାନେ ତୁରନ୍ତ ଡାକ୍ତରଖାନାକୁ ଫୋନ କରି ଜଣାଇଥିଲେ। ଏହି ଖବର ପୁଟିନଙ୍କୁ ମିଳିବା ପରେ ତୁରନ୍ତ ସେ ଅସଦଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ଘରେ କରିବାକୁ ନିର୍ଦେଶ ଦେଇଥିଲେ। ତୁରନ୍ତ ମେଡିକାଲ ଟିମ ଅସଦ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..