Report Card Odisha

| Daily Odia News

ଭୋଜି ଅଟକାଇବାକୁ ଯାଇ ତହସିଲଦାର ଆକ୍ରମଣର ଶିକାର…..

ରିପୋର୍ଟ କାର୍ଡ / ମୋହନା

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି | ଏକାଉ ଦୃଷ୍ଟିରେ ରଖି କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କମ୍‌ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ କରିବାକୁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ଅଧିକ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ କରୁଛନ୍ତି। ପ୍ରଶାସନ ଏହାକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଗତକାଲି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗାଁ ଖ୍ରୀଷ୍ଟିୟାନ ସାହିରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଧିକ ଲୋକ ବିବାହ ଭୋଜିରେ ସାମିଲ ହୋଇଥିଲେ। ଖବର ପାଇ ଆର୍‌. ଉଦୟଗିରି ତହସିଲଦାର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲଦାର ଆୟୋଜକଙ୍କୁ ତାଗିଦ୍ କରିବାରୁ ଗାଁର ଶତାଧିକ ଲୋକେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ତେବେ ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ପଳାଇଥିଲେ। ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ ଆର୍‌ ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।

 

Breaking News