Report Card Odisha

| Daily Odia News

ଏପ୍ରିଲରୁ ମହଙ୍ଗା ହେବ କଥାବାର୍ତ୍ତା, ଇଣ୍ଟରନେଟ୍ ପାଇଁ ଲାଗିବ ଅଧିକ ଚାର୍ଜ

ନୂଆଦିଲ୍ଲୀ (ବିବିଏମ୍ ଟିଭି): କଥାହେଲେ ଲାଗିବ ଅଧିକ ଚାର୍ଜ । ଆଉ ମୋବାଇଲ ୟୁଜର୍ସଙ୍କୁ ତ୍ରାହି ମିଳିବନି । ଟେଲିକମ କମ୍ପାନୀ ଆଗାମୀ ମାସରୁ ତାରିଫ୍ ପ୍ଲାନରେ ବୃଦ୍ଧି କରିପାରନ୍ତି । ଯାହାଫଳରେ ଗ୍ରାହକଙ୍କୁ ମୋବାଇଲରେ କଥା ହେବା ଓ ଇଂଟରନେଟ ବ୍ୟବହାର କରିବା ମହଙ୍ଗା ପଡିପାରେ । ସୂଚନାଯୋଗ୍ୟ, ଟେଲିକମ କମ୍ପାନୀ ୧ ଏପ୍ରିଲରୁ ଦର ବୃଦ୍ଧି କରିବା ପ୍ରସ୍ତୁତିରେ ଅଛନ୍ତି । ଇନଭେଷ୍ଟମେଣ୍ଟ ଇନଫରମେସନ ଆଣ୍ଡ କ୍ରେଡିଟ ରେଟିଙ୍ଗ ଏଜେନ୍ସି (ଆଇସିଆରଏ) ରିପୋର୍ଟ ଅନୁସାରେ, ଆଗାମୀ ୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷ ୨୦୨୧-୨୨ ରେ ନିଜ ରେଭିନ୍ୟୁ ବଢାଇବା ପାଇଁ କମ୍ପାନୀଗୁଡିକ ପୁଣି ଥରେ ତାରିଫ୍ ମହଙ୍ଗା କରିପାରନ୍ତି । ତେବେ ଏଥିରେ କେତେ ବୃଦ୍ଧି କରାଯିବ, ତାକୁ ନେଇ କୌଣସି ପ୍ରକାର ଖୁଲାସା କରାଯାଇନାହିଁ । ଆଇସିଆରଏ କହିବା ମୁତାବକ, ତାରିଫ ବୃଦ୍ଧି ଓ ଗ୍ରାହକଙ୍କୁ ୨ଜି ଓ ୪ଜିରେ ଅପଗ୍ରେଡେସନର ରେଭିନ୍ୟୁ ଉପରେ ବ୍ୟବହାରକାରୀ ରାଜସ୍ୱରେ ସୁଧାର ହୋଇପାରେ । ବର୍ଷର ମଧ୍ୟ ପର‌୍ୟ୍ୟ୍ନ୍ତ ଏହା ପ୍ରାୟ ୨୨୦ ଟଙ୍କା ହୋଇପାରେ । ଏହାଦ୍ୱାରା ଆଗାମୀ ୨ ବର୍ଷରେ ଇଣ୍ଡଷ୍ଟ୍ରିର ରେଭିନ୍ୟୁ ୧୧ ପ୍ରତିଶତରୁ ୧୩ ପ୍ରତିଶତ ଓ ଆର୍ଥିକ ବର୍ଷ ୨୦୨୨ରେ ଅପରେଟିଙ୍ଗ ମାର୍ଜିନ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ପାଇବ ।

କରୋନା ମହାମାରୀର ପ୍ରଭାବ ଟେଲିକମ ଇଣ୍ଡଷ୍ଟ୍ରି ଉପରେ ବିଶେଷ ଭାବରେ ପଡିନାହିଁ । ଲାକଡାଉନରେ ଡାଟା ବ୍ୟବହାର ଓ ତାରିଫରେ ବୃଦ୍ଧି ଯୋଗୁଁ ସ୍ଥିତିରେ ସୁଧାର ଆସିଛି । ୱାର୍କ ଫ୍ରମ୍ ହୋମ୍‌, ଅନଲାଇନ କ୍ଲାସ ଯୋଗୁଁ ଡାଟା ବ୍ୟବହାର ବୃଦ୍ଧି ହୋଇଛି ।ଟେଲିକମ କମ୍ପାନୀଙ୍କ ଉପରେ ମୋଟ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁର ଋଣ ୧.୬୯ ଲକ୍ଷ କୋଟି ରହିଛି । ଏପର‌୍ୟ୍ୟ ନ୍ତ କେବଳ ୧୫ ଟେଲିକମ କମ୍ପାନୀ ୩୦୨୫୪ କୋଟି ଟଙ୍କା ସୁଝିଛନ୍ତି । ଏୟାରଟେଲ ଉପରେ ପ୍ରାୟ ୨୫୯୭୬ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ଉପରେ ୫୦୩୯୯ କୋଟି ଟଙ୍କା ଓ ଟାଟା ଟେଲିସର୍ଭିସ ଉପରେ ପ୍ରାୟ ୧୬୭୯୮ କୋଟି ଟଙ୍କା ଋଣ ରହିଛି । କହିରଖୁଛୁ ଯେ, ୨୦୧୯ରେ ପ୍ରଥମ ଥର କମ୍ପାନୀଗୁଡିକ ତାରିଫ ବୃଦ୍ଧି କରିଥିଲେ । ଟେଲିକମ କମ୍ପାନୀ ଡିସେମ୍ବର ୨୦୧୯ରେ ତାରିଫ ଦର ବୃଦ୍ଧି କରିଥିଲେ ।

Breaking News