ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ ଟପ୍ପର ତହସିଲଦାର ଅଶ୍ଵିନୀ କୁମାର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜମିର କିସମ ପରିବର୍ତ୍ତନ ପାଇଁ ଏକ ମ୍ୟୁଟେସନ କେସରେ ଜମି ମାଲିକଙ୍କଠାରୁ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି। ଅଶ୍ଵିନୀ ୨୦୧୯ ବ୍ୟାଚର ଓଏଏସ ଟପ୍ପର ହୋଇଥିଲାବେଳେ ସେ ସମ୍ବଲପୁର ଜିଲା ବାମରା ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ନିଜ ଡ୍ରାଇଭରଙ୍କ ଜରିଆରେ ଜଣେ ଜମି ମାଲିକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସୂଚନା ଅନୁସାରେ, ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଶ୍ଵିନୀ। ୨୦ ହଜାର ଟଙ୍କା ଦେଇପାରିବେ ନାହିଁ ବୋଲି ଅଭିଯୋଗକାରୀ କହିବା ପରେ ତହସିଲଦାର ୧୫ ହଜାର ଟଙ୍କା ଦେବାକୁ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତହସିଲଦାରଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।






More Stories
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..
ରାଜଧାନୀରେ ବୁଲିଲା ଖଣ୍ଡା…..
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..