Report Card Odisha

| Daily Odia News

ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ…..

ରିପୋର୍ଟ କାର୍ଡ / କଟକ

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍ ବିହୀନ ପରୱାନା( NBW) ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି। ଅଦାଲତରେ କିପରି ସୌରିନ୍ ଭଟ୍ଟ ହାଜର ହେବେ ସେନେଇ ନିମ୍ନ ଅଦାଲତ ଦୃଢ଼ ପଦକ୍ଷେପ ନେବେ ବୋଲି ମାମଲାର ବିଚାର କରି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟ ୨୦୨୩ ମସିହା ନଭେମ୍ବର ୨୩ରେ ସୌରିନ୍ ଭଟ୍ଟଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିଥିଲେ। ଏହି ଏନ୍‌ବିଡବ୍ଲୁ ବିରୋଧରେ ସେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ ସୌରିନ୍ ଭଟ୍ଟଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତେବେ ସେ ହାଜର ନହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି।

Breaking News