ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି। କହିଛନ୍ତି ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ ଦୁଇ ଦିନ ଧରି ବର୍ଷା ହେଉଥିଲା , ତାହା କମିବାକୁ ଲାଗିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ତେଣୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ପାର୍ବଣରେ ବର୍ଷା ହେବ କି ନାହିଁ , ଏବେଠୁ କହିହେବ ନାହିଁ। କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା ଆଇଏମଡି ଡିଜି କହିଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..