ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ଜଣେ ବ୍ୟକ୍ତି ଥାନାରେ ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଚୌହଟନ ଥାନାର ଅଧିକାରୀ ଭୁତାରାଓ କହିଛନ୍ତି ଯେ, ସ୍ଥାନୀୟ ନିବାସୀ ପଠାଇ ଖାନ ରବିବାର ଦିନ ଯୋଗ ଗୁରୁ ରାମଦେବଙ୍କ ଉପରେ ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ନେଇ ମାମଲା ରୁଜୁ କରାଯାଇଛି । ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଆଇପିସିର ବିଭିନ୍ନ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ଗତ ଗୁରୁବାର ଦିନ ଯୋଗ ଗୁରୁ ରାମ ଦେବ ବାବା ବାଡ଼ମେରରେ ସାଧୁ ମାନଙ୍କ ଏକ ସଭାରେ ଯୋଗ ଦେଇଥିଲେ । ସେ ସେଠାରେ ହିନ୍ଦୁ ମାନଙ୍କୁ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସହ ତୁଳନା କରିଥିଲେ । ଏହା ବ୍ୟତୀତ ମୁସଲମାନ ମାନଙ୍କୁ ଆତଙ୍କବାଦ ତଥା ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବାର ଅଭିଯୋଗ କରିଥିଲେ ।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..