ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଭାବେ ନିର୍ମଳା କ୍ରମାଗତ ନବମ ଥର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଜି ସକାଳ ୧୧ଟାରୁ ନିର୍ମଳା ତାଙ୍କର ବଜେଟ ଅଭିଭାଷଣ ଆରମ୍ଭ କରିବେ। ଚଳିତ ବଜେଟରେ ସରକାର କ୍ୟାପେକ୍ସ (କ୍ୟାପିଟାଲ ଏକ୍ସପେଣ୍ଡିଚର)କୁ ୧୧.୨ ଲକ୍ଷ କୋଟିରେ ସୀମିତ ରଖିବେ ବୋଲି ଆଶା କରାଯାଉଛି। ପୂର୍ବବର୍ଷ ବଜେଟ ତୁଳନାରେ ଏହା ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ଜିଡିପି (ମୋଟ ଜାତୀୟ ଉତ୍ପାଦ) ୧୦.୫ରୁ ୧୧ ପ୍ରତିଶତ ରହିବା ନେଇ ଘୋଷଣା କରିପାରନ୍ତି। ଏହା ବ୍ୟତୀତ ଆୟକର ସ୍ଲାବ୍, ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବାର ସଙ୍କେତ ମିଳୁଛି। ଚଳିତବର୍ଷ ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ରାଜ୍ୟଗୁଡିକୁ ମଧ୍ୟ ବଜେଟରେ ଅଗ୍ରାଧିକାର ମିଳିପାରେ।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….