ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ। କରୋନା ସଂକ୍ରମିତ ହେବା ପରେ ତାଙ୍କର ପରୋଲୋକ ହୋଇଥିବା ଜଣାପଡ଼ିଛି। ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁରୁବାର ତାକୁ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ୍ ୨୪ ରେ, ରୋହିତ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ସର୍ଦ୍ଦାନା ୨୦୧୭ରେ ଆଜତକ୍ରେ ନ୍ୟୁଜ ଆଙ୍କର ଭାବେ ଯୋଗଦେଇଥିଲେ। ସେବେଠାରୁ ସେ ଆଜ୍ତକ୍ରେ ବିତର୍କ ଶୋ ‘ଦଙ୍ଗଲ’ର ହୋଷ୍ଟ୍ କରୁଥିଲେ। ଏହାପୂର୍ବରୁ ସେ ଜି ନ୍ୟୁଜ୍ରେ ମଧ୍ୟ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ।






More Stories
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..