Report Card Odisha

| Daily Odia News

୨ ଛାତ୍ରଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନାଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଲାଲ୍‌ବାହିନୀର ହିଂସାକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହ କରି ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସର- ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Breaking News