ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’ ଚଳିତ ବର୍ଷ ଜୁଲାଇରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନିର୍ମାତା କରନ ଜୋହର ସୋଶିଆଲ ମିଡିଆରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରଶାହା’ର ରିଲିଜ ଡେଟ୍ ପ୍ରକାଶ ପାଇଛି। ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଫିଲ୍ମର ନିର୍ମାତା କରନ ଜୋହର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫିଲ୍ମ ରିଲିଜ କରିବାକୁ ଘୋଷଣା କରି କହିଛନ୍ତି ‘ଶେରଶାହା’ ୨ଜୁଲାଇ ୨୦୨୧ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ବିଷ୍ଣୁ ବର୍ଦ୍ଧନ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର କାହାଣୀ କାର୍ଗିଲ ଯୁଦ୍ଧର ନାୟକ ଉପରେ ଆଧାରିତ । ସିଦ୍ଧାର୍ଥ ମଲହୋତ୍ରା ଏହି ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ସିଦ୍ଧାର୍ଥ ପିଭିସି ଅଧିନାୟକ ବିକ୍ରମ ବତ୍ରାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ୧୯୯୯ରେ ଭାରତ-ପାକିସ୍ତାନନ ଯୁଦ୍ଧ ସମୟରେ ସୀମାନ୍ତରେ ଶତ୍ରୁମାନଙ୍କ ସହ ଲଢ଼ିବା ପାଇଁ ବିକ୍ରମ ବର୍ତା ନିଜକୁ ବଳିଦାନ ଦେଇଥିଲେ । ଏହି ପୋଷ୍ଟରରେ ସିଦ୍ଧାର୍ଥ ମଲହୋତ୍ରା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ରୂପରେ ନଜର ଆସିଛନ୍ତି । ସେ ସେନା ୟୁନିଫର୍ମ ପିନ୍ଧିଥିବା ସହ ହାତରେ ରାଇଫଲ ଧରିଛନ୍ତି । ଗୋଟିଏ ପୋଷ୍ଟରରେ ସେ ଆକ୍ରମଣତ୍ମକ ଭାବରେ ଦେଖାଯାଉଥିବା ବେଳେ ଅନ୍ୟ ପୋଷ୍ଟରରେ ସେ କିଛି ସାଥୀଙ୍କ ସହ ପାହାଚ କଡ଼ରେ ଶତ୍ରୁ ଆଡ଼କୁ ଯାଉଛନ୍ତି । ଏହି ପୋଷ୍ଟରକୁ ସେୟାର କରି ସିଦ୍ଧାର୍ଥ ମଲହୋତ୍ରା ଲେଖିଛନ୍ତି ’’ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ କାହାଣୀ ବଡ଼ ପରଦାରେ ପ୍ରକାଶ ହେବାକୁ ଯାଉଛି।’’
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….