ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁ ଥିବା ବେଳେ ଆଜି ରାଜ୍ୟରେ ୧୫ ଜିଲ୍ଲାର ଟିକାକରଣକୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର ଟିକା ନଥିବାରୁ ସରକାରଙ୍କ ପକ୍ଷରୁ ଆଜି ଟିକାକରଣ ବନ୍ଦ ରହିଛି । ଏହି ଜିଲାଗୁଡିକ ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ବରଗଡ, ବଉଦ ଓ କଟକ। ରାଜ୍ୟରେ ଟିକା ପହଞ୍ଚିବାପରେ ଏହିସବୁ ଜିଲାଗୁଡିକରେ ଟିକାକରଣ ପୁନଶ୍ଚ ଆରମ୍ଭ କରାଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ତାଲାବନ୍ଦ ସମୟରେ ମଧ୍ୟ ରାଜ୍ୟର ଟିକାକରଣ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।






More Stories
ଭୟଙ୍କର ବର୍ଷା,ଏହି ୩ ଜିଲ୍ଲାକୁ ସତର୍କ ସୂଚନା……
କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ…..
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..