ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ପୁରସ୍କାରପ୍ରାପ୍ତ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ୨୦୨୦ରେ ତାଙ୍କର ବ୍ରେନଷ୍ଟ୍ରୋକ ହେବା ପରେ ସେ ନିୟମିତ ଭାବେ ଅସୁସ୍ଥ ରହୁଥିଲେ । ପକ୍ଷାଘାତ ଯୋଗୁଁ ତାଙ୍କ ଶରୀରର କିଛି ଅଂଶ ଅଚଳ ହୋଇପଡ଼ିଥିଲା । ୧୯୭୮ରେ କିସା କୁର୍ସି କା ଚଲଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ତିନୋଟି ବଲିଉଡ ଚଳଚ୍ଚିତ୍ର ତମସ, ମାମୋ ଓ ବଧାଇ ହୋ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ମଧ୍ୟ ଲୋକପ୍ରିୟ ଟିଭି ସିରିଏଲ ବାଲିକା ବଧୁ ପାଇଁ ଘରେ ଘରେ ପରିଚିତ ହୋଇପାରିଥିଲେ । ନେଟଫ୍ଲିକ୍ସର ଘୋଷ୍ଟ ସିରିଜରେ ସେ ଶେଷ ଥର ପାଇଁ ଅଭିନୟ କରିଥିଲେ । ୨୦୨୦ରେ ଅସୁସ୍ଥ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କୁ ଆର୍ଥିକ ସହାୟତା କରିବାକୁ ଅନେକ ଲୋକ ଆଗେଇ ଆସିଥିଲେ । କିନ୍ତୁ ସେ ଆର୍ଥିକ ସହାୟତା ଗ୍ରହଣ କରିବାକୁ ମନା କରିଦେଇଥିଲେ ।
Discussion about this post