ରିପୋର୍ଟ କାର୍ଡ / ବରଗଡ଼
ମଦ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଦେବଗଡ଼ ଅବକାରୀ ଅଧୀକ୍ଷକ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅବକାରୀ ଅଧୀକ୍ଷକ ଅଜିତ କୁମାର । କେବଳ ଏତିକି ନୁହେଁ ଏହି ମାମଲାରେ ଅବକାରୀ ଏଏସ୍ଆଇ ମଥୁରା ମୋହନ ମହାପାତ୍ରଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏହାପରେ ଅଜିତ ମହାପାତ୍ର ଓ ମଥୁରା ମୋହନ ମହାପାତ୍ରଙ୍କ ଘର ଓ ଅଫିସରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସା ଟିମ୍ । ଅଜିତ ମହାପାତ୍ରଙ୍କ ବ୍ରହ୍ମପୁର ସ୍ଥିତ ଘର, ଦେବଗଡ଼ରେ ଥିବା ଭଡ଼ା ଘରେ ଚଢ଼ାଉ ହୋଇଛି । ସୁଚନା ଅନୁସାରେ ଗତକାଲି ବାରକୋଟର ଅବକାରୀ ଏଏସ୍ଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଅଜିତ ମହାପାତ୍ର ଲାଞ୍ଚ ନେଉଥିଲେ । ଦୁଇଟି କିସ୍ତିରେ ୩ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ତେଣୁ ପ୍ରଥମ ଡ଼ିଲ୍ରେ ଦେଢ଼ ଲକ୍ଷ ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଯାଇଥିଲେ ଅଜିତ କୁମାର ମହାପାତ୍ର ।
Discussion about this post